ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ମଦ୍ରାସାରେ ପଢାଯିବ ‘ଅପରେସନ୍ ସିନ୍ଦୂର’ର ବିଜୟଗାଥା, ଏହି ରାଜ୍ୟର ସରକାର ନେଲେ ବଡ଼ ନିଷ୍ପତ୍ତି

Published By : Prameya | May 20, 2025 3:41 PM

ନୂଆଦିଲ୍ଲୀ,୨୦।୫: ମଦ୍ରାସାରେ ଶୁଣିବାକୁ ମିଳିବ ଭାରତୀୟ ସେନାର ପରାକ୍ରମ। ‘ଅପରେସନ୍ ସିନ୍ଦୂର‘ର ପୁରା  ଘଟଣାବଳୀ ଛାତ୍ରଙ୍କୁ ପଢାଇବେ ମୌଲାନା।କାରଣ ଉତ୍ତରାଖଣ୍ଡ ସରକାର ‘ଅପରେସନ୍ ସିନ୍ଦୂର’କୁ ମଦ୍ରାସା ପାଠ୍ୟକ୍ରମରେ ସାମିଲ କରିବାର ନେଇଛନ୍ତି ଐତିହାସିକ ନିଷ୍ପତ୍ତି।

ଉତ୍ତରାଖଣ୍ଡର ପୁଷ୍କର ସିଂହ ଧାମି  ସରକାରଙ୍କ ବଡ଼ ନିଷ୍ପତ୍ତି। ଏବେ ରାଜ୍ୟର ସମସ୍ତ ମଦ୍ରାସାରେ ପଢାଯିବ 'ଅପରେସନ୍ ସିନ୍ଦୂର'ର କାହାଣୀ । ଯାହା ଦ୍ଵାରା ଛାତ୍ରଛାତ୍ରୀମାନେ ଭାରତୀୟ ସେନାର ସାହସିକତା ଏବଂ ଦେଶପ୍ରେମକୁ ବୁଝିପାରିବେ। ଇଣ୍ଟର ମିଡିଏଟ୍‌ ସ୍ତରର ନୂତନ ପାଠ୍ୟକ୍ରମରେ 'ଅପରେସନ୍ ସିନ୍ଦୂର' ଉପରେ ଏକ ସମ୍ପୂର୍ଣ୍ଣ ଅଧ୍ୟାୟ ଯୋଡାଯିବ।  ରାଜ୍ୟର ୪୫୧ଟି ପଞ୍ଜିକୃତ ମଦ୍ରାସାରେ ବର୍ତ୍ତମାନ ୫୦ ହଜାରରୁ ଅଧିକ ଛାତ୍ର ଅଧ୍ୟୟନ କରୁଛନ୍ତି। ଯେଉଁମାନେ କି ଏହି ନୂତନ ପଦକ୍ଷେପ ଅନୁସାରେ ଦେଶପ୍ରେମର ଇତିହାସ ସହିତ ପରିଚିତ ହେବେ। 

ସରକାରଙ୍କ ଏହି ପଦକ୍ଷେପକୁ ଶିକ୍ଷା ସହିତ ଜାତୀୟତାବାଦ ଏବଂ ସାମରିକ ଗୌରବକୁ ଯୋଡ଼ିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ବିବେଚନା କରାଯାଉଛି।  ଏନେଇ ଉତ୍ତରାଖଣ୍ଡ ମଦ୍ରାସା ବୋର୍ଡର ଅଧ୍ୟକ୍ଷ ମୁଫତି ଶମୁନ କାସମୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି। ସେ କହିଛନ୍ତି, ଉତ୍ତରାଖଣ୍ଡ ବୀରଙ୍କ ଭୂମି। ପିଲାଙ୍କୁ ଏହି ପାଠ୍ୟକ୍ରମ ଦ୍ବାରା ଦେଶଭକ୍ତିର ଭାବନା ସହ ଓତପ୍ରୋତ ଭାବରେ ଜଡିତ କରିହେବ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.